ଆସନ୍ତାକାଲି ଠାରୁ କାଳବୈଶାଖୀ ସମ୍ଭାବନା

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଅସହ୍ୟ ତାତିରେ ଜନଜୀବନ….

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ।  ଆସନ୍ତା କାଲି ଠାରୁ ୩ ଦିନ ଯାଏଁ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ଯୋଗୁଁ କାଳବୈଶାଖୀ ସମ୍ଭବାନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ। ଆଜି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ସମ୍ଭବାନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।