ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରେମୋ ଡିସୁଜା-shaksi news

ମୁମ୍ବାଇ: ଘରକୁ ଫେରିଛନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା। ହସ୍ପିଟାଲରୁ ସୁସ୍ଥ ହେବା ପରେ ସେ ଘରକୁ ଫେରିଛନ୍ତି । ହୃଦଘାତ କାରଣରୁ ସେ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ପୂର୍ବାପେକ୍ଷା ସେ ସୁସ୍ଥ ଅଛନ୍ତି । ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି ।

https://www.instagram.com/p/CI8WGkbpIUs/?utm_source=ig_web_button_share_sheet

ରେମୋ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଅନେକ ଗୁଡିଏ ବେଲୁନ ସହ ତାଙ୍କୁ ସ୍ୱାଗତ କରାଯାଇଛି ଯାହା ସୋଶାଲ ମିଡିଆରେ ସେ ଏକ ସ୍ଲୋ ମୋଶନ ଭିଡିଓରେ ଶେଆର କରିଛନ୍ତି । ଏଥିସହ ବ୍ୟାକଗ୍ରାଉଣ୍ଡ ଗଣପତି ବାପାଙ୍କ ଗୀତ ମଧ୍ୟ ଶୁଣିବାକୁ ମିଳିଛି। ତେବେ ହସ୍ପିଟାଲରୁ ଡିସଚାର୍ଜ ପରେ ବେଶ ଖୁସି ଅଛନ୍ତି ସେ।ଆଉ ଏଥିପାଇଁ ନାଚି ନାଚି ସମସ୍ତ ଶୁଭାକାଂକ୍ଷିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସୋଶାଲ ମିଡିଆରେ ରେମୋଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଏଠାରେ ସୂଚନା ଥାଉକି, ଗତ ସପ୍ତାହରେ ରେମୋଙ୍କୁ ହାର୍ଟ ଆଟାକ ହୋଇଥିଲା। ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାପରେ ରେମୋଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲେର ଜଣଙ୍କ ପରେ ଜଣେ ସେଲିବ୍ରିଟି ପହଞ୍ଚିଥିଲେ। ଆଉ ଏବେ ସେ ସୁସ୍ଥ ହୋଇ ଫେରିବା ପରେ ସମସ୍ତେ ରେମୋଙ୍କୁ ଫିଟ ଆଣ୍ଡ ଫାଇନ ଦେଖିବା ପାଇଁ ଚାହୁଁଥିବା ବେଳେ ସୁସ୍ଥ ଜୀବନ କାମନା କରିଛନ୍ତି ।