କେନ୍ଦ୍ରୀୟ ସଂସ୍ଥା ଦ୍ବାରା ‘ପରୀ’ ହତ୍ୟା ମାମଲାର ତଦନ୍ତ ଲାଗି ଏନସିପିସିଆରର ପରାମର୍ଶ-shaksi news

ନୂଆଦିଲ୍ଲୀ: ନୟାଗଡ଼ର ୫ ବର୍ଷର ଝିଅ ‘ପରୀ’ ହତ୍ୟା ମାମଲାର କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ଲାଗି (National Commission for Protection of Child Rights) ଏନସିପିସିଆର୍ ସୁପାରିସ୍ କରିଛନ୍ତି । ରାଜ୍ୟ ସରକାରଙ୍କୁ ଏ ତଦନ୍ତ ଲାଗି ସୁପାରିସ କରାଯାଇଛି। ଏନେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି।

ତେବେ ‘ପରୀ’ ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇଛ ଏନସିପିସିଆର୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ‘ପରୀ’ ହତ୍ୟା ମାମଲାର ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏନସିପିସିଆର୍ କହିଛନ୍ତି। ଏଥିଲାଗି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିବା ବି ଏନସିପିସିଆର୍ କହିଛନ୍ତି ବୋଲି ସମ୍ବିତ ପାତ୍ର ଟୁଇଟ୍ ରେ ଲେଖିଛନ୍ତି ।