ଏଣିକି ଓଡ଼ିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଖାଲି ଓଡ଼ିଆ ଭାଷାରେ ଉପଲବ୍ଧ ହେବ ଜେଇଇ ପ୍ରଶ୍ନପତ୍ର । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏନଟିଏ (NTA) ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ନେଇ ସହମତି ପ୍ରକାଶ କରିଛନ୍ତି ।

ଖାଲି ଓଡ଼ିଆ ଭାଷା ନୂହେଁ ବରଂ ସମସ୍ତ ଭାରତୀୟ ଭାଷାରେ ଉପଲବ୍ଧ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ଅନୁରୋଧ କରଯାଇଥିବା ସୂଚନା ଦିଆଯାଇଛି ।

ଟ୍ଵିଟ ଅନୁଯାୟୀ, “ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ । ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ National Testing Agency ସହମତି ପ୍ରକାଶ କରିଛନ୍ତି” ।

କିଛି ଦିନ ତଳେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ କୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ କହିଛନ୍ତି ଯେ, ଭାରତର ସମସ୍ତ ଆଞ୍ଚଳିକ ଭାଷାରେ JEE (ମେନ୍) ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଯୁଗ୍ମ ଆଡମିଶନ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । “ଯୁଗ୍ମ ଆଡମିଶନ ବୋର୍ଡର ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନଗୁଡ଼ିକୁ ଭଲ ଭାବରେ ବୁଝିବାରେ ଏବଂ ଅଧିକ ସ୍କୋର କରିବାରେ ସାହାଯ୍ୟ କରିବ” ।