ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟ୍ କିପର ରିଷଭ ପନ୍ତ ଏକ ଠକେଇର ଶିକାର ହୋଇଛନ୍ତି । ତାଙ୍କୁ ହରିୟାଣାର ଜଣେ ପୂର୍ବତନ କ୍ରିକେଟର ୧.୬୩ କୋଟି ଟଙ୍କାର ଠକିଛନ୍ତି । ସୂଚନାଯୋଗ୍ୟ ଯେ, ସେ ପନ୍ତଙ୍କୁ ଶସ୍ତାରେ ମହଙ୍ଗା ଘଡି ଯୋଗାଇ ଦେବାର ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ମୃଣାଙ୍କ ପନ୍ତଙ୍କଠୁ ଗହଣା ସହିତ ନାମୀ ଦାମୀ ସାମଗ୍ରୀ ନେଇ ଆଉ ଫେରାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଜଣେ ବ୍ୟବସାୟୀଙ୍କୁ ଲୁଟିବା ଅଭିଯୋଗରେ ମୃଣାଙ୍କୁ ପୋଲିସ ଗିରଫ କରିବା ସହ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ବନ୍ଦୀ ଅଛନ୍ତି । ରିପୋର୍ଟ ଅନୁଯାୟୀ ମୃଣାଙ୍କ ରିଷଭ ପନ୍ତଙ୍କୁ କୋଟି କୋଟି ଟଙ୍କାର ଘଡିକୁ ଶସ୍ତାରେ ଦେବା ସହ ଅନ୍ୟ ଭାରତୀୟ ଖେଳାଳିଙ୍କ ଉଦାହରଣ ଦେଇ ପନ୍ତଙ୍କ ଭରସା ଜିଣିଥିଲେ ।