ଭାରତକୁ କ୍ୱାଡ ନେତାଙ୍କ ଭୂୟଶୀ ପ୍ରଶଂସା

ଜାପାନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ବାଇଡେନ ଦ୍ୱିପାକ୍ଷିକ ଆଲୋଚନା….

ନୂଆଦିଲ୍ଲୀ : ଟୋକିଓରେ ଆୟୋଜିତ ହୋଇଥିବା କ୍ୱାଡ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରୋନା ସଂକ୍ରମଣ ମହାମାରୀକୁ ଭାରତ ସଫଳତାପୂର୍ବକ ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ଜାପାନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ବାଇଡେନ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତ । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେହିପରି ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ମୋଦୀ କରୋନା ମହାମାରିକୁ ସୂଚାର ରୂପେ ସମ୍ପାଦନ କରିଛନ୍ତି । ସେହିପରି ବାଇଡେନ କହିଛନ୍ତି ଯେ, ଭାରତ ଓ ଆମେରିକା ମିଶି ବହୁତ କିଛି କରିପାରିବେ ।

ଉଭୟ ଦେଶର ବନ୍ଧୁତ୍ୱ ଆହୁରି ସୁଦୃଢ ହେବ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଥିବା ରଣନୈତିକ ସମ୍ପର୍କ ବିଶ୍ୱାସର ପ୍ରତୀକ ଅଟେ । ଅନେକ କ୍ଷେତ୍ରରେ ଦୁଇ ଦେଶ ଏହି ବିଶ୍ୱାସକୁ ଆହୁରି ମଜବୁତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ କାରବାର ଲଗାତର ବିସ୍ତାର ହେବାରେ ଲାଗିଛି ।