ମୁମ୍ବାଇ : ଆଇପିଏଲ ୨୦୨୨ରେ ମୁମ୍ବାଇର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ମୁମ୍ବାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲେ । ଦିଲ୍ଲୀ ବିପକ୍ଷରେ ଥିବା ମ୍ୟାଚ୍ ପରେ ରୋହିତ ଶର୍ମା ତାଙ୍କ ପରିବାର ସହିତ ଛୁଟିରେ ଯାଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀ ରିତିକା ସାଜଦେହଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କୁ ମାଳଦ୍ୱୀପରେ ଦେଖିବାକୁ ମିଳିଛି । ଦୁହେଁ ସମୁଦ୍ର ନିକଟରେ ବସିଥିବାର ଜଣାପଡିଛି । ଦୁହିଁଙ୍କ ସହ ତାଙ୍କ ଝିଅ ସମାଇରା ମଧ୍ୟ ନଜର ଆସିଛି ।
ରୋହିତ ଫଟୋକୁ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ‘ଆଗାମୀ କିଛି ଦିନ ପାଇଁ ମୋତେ ବାସ୍ ଏତିକି ହିଁ ଦରକାର । ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ଖେଳିବାକୁ ପଡିବ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।