ଦୁବାଇ: ଚଳିତ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ସୋମବାର ନାମିବ୍ୟା ବିରୋଧରେ ମ୍ୟାଚ୍ ସରିଛି । ଏହି ମ୍ୟାଚରେ ରୋହିତ ଶର୍ମା ଜବରଦସ୍ତ ବ୍ୟାଟିଂ କରିବା ସହ ସେ ଅନ୍ତର୍ଜାତୀୟ ଟି-୨୦ରେ ୩ ହଜାର ରନ୍ ପୂରଣ କରିଛନ୍ତି । ଏହି କୀର୍ତ୍ତିନାମା କରିବାରେ ସେ ବିଶ୍ୱର ତୃତୀୟ ବ୍ୟାଟସମ୍ୟାନ୍ ହୋଇପାରିଛନ୍ତି । ଏହି ଇନିଂସରେ ସେ ୭ଟି ଚୌକ ଓ ଦୁଇଟି ଛକା ସହ ୫୬ ରନ୍ କରିଥିଲେ । ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଥିବା ବିରାଟ କୋହଲି ୩୨୨୭ ରନ୍, ମାର୍ଟିନ୍ ଗୁପ୍ଟିଲ ୩୧୧୫ ରନ୍ ଓ ରୋହିତ ଶର୍ମା ୩୦୩୮ ରନ କରିଛନ୍ତି ।