ସଞ୍ଜୟ ବାଙ୍ଗର ରୟାଲ ଚ୍ୟାଲେଞ୍ଜର୍ସର ନୂଆ କୋଚ୍‌

ବେଙ୍ଗାଲୁରୁ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସଞ୍ଜୟ ବାଙ୍ଗର ନୂଆ କୋଚ ନିଯୁକ୍ତି ଦେଇଛି । ଆରସିବି ନିଜର ଟ୍ୱିଟର ଆକାଉଣ୍ଟରେ ଏନେଇ ଘୋଷଣା କରିଛି । ଏହି ପଦବୀ ପାଇଁ ଲଗାତର ଅନେକ ସାକ୍ଷାତକାର ନିଆଯାଇଛି । କିନ୍ତୁ ପୂର୍ବରୁ ଦଳ ସହ ଥିବା ସଞ୍ଜୟ ବାଙ୍ଗର ସବୁଠାରୁ ଭଲ ହେବେ ବୋଲି ମ୍ୟାନେଜମେଣ୍ଟ୍‌ କହିଥିଲା । କୋଚ୍‌ ପଦ ପାଇବା ପରେ ସଞ୍ଜୟ ଆରସିବିକୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ନିଲାମ ପ୍ରକ୍ରିୟା ପାଇଁ ଏବେଠୁ ଯୋଜନା ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ବାଙ୍ଗର ପୂର୍ବରୁ ଆରସିବି ସହ କାମ କରି ସାରିଛନ୍ତି । କିନ୍ତୁ ଏବେ ସେ କୋଚ୍‌ ଭାବେ କାର୍ଯ୍ୟ କରିବେ ଓ ଏହି କୋଚ୍‌ ଭାବେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିବ ।