ପକେଟ ମାର ଅଭିଯୋଗରେ ଗିରଫ ହେଲେ ବଙ୍ଗୀୟ ଅଭିନେତ୍ରୀ ରୁପା

କୋଲକାତା: ପକେଟ ମାର ଅଭିଯୋଗରେ ଗିରଫ ହେଲେ ବଙ୍ଗୀୟ ଅଭିନେତ୍ରୀ ରୁପା ଦତ୍ତା । ସୂଚନାଯୋଗ୍ୟ ଯେ, କୋଲକାତାରେ ଚାଲିଥିବା ଅନ୍ତର୍ଜାତୀୟ ପୁସ୍ତକ ମେଳାରୁ ଚୋରି ଅଭିଯୋଗରେ ଅଭିନେତ୍ରୀ ରୁପାଙ୍କୁ ଗିରଫ କରାଯାଇଛି । ବୋଲି ରବିବାର ଦିନ ପଶ୍ଚିମବଙ୍ଗ ପୁଲିସ ଗଣମାଧ୍ୟମକୁ କହିଛି । ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅଭିନେତ୍ରୀ ରୁପା ଡଷ୍ଟବିନରେ ଏକ ପର୍ସ ଫିଙ୍ଗିଥିବାର ଦେଖିଥିଲେ । ପରେ ତାଙ୍କୁ ଅଟକ ରଖାଯାଇ ଥିଲା ଏବଂ ପଚରାଉଚରା କରାଯାଇଥିଲା । ଏହି ସମୟରେ ଅନୁସନ୍ଧାନ କାଳରେ ତାଙ୍କ ବ୍ୟାଗରୁ ଅନେକ ପର୍ସ ଏବଂ ୭୫ ହଜାର ଟଙ୍କା ମିଳିଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ ଅଭିନେତ୍ରୀ ରୁପାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ସହ ଏହି ଅପରାଧରେ ଅଧିକ ଲୋକ ଏହି ଅପରାଧ ସହିତ ଜଡିତ କି ନାହିଁ ତାହା ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଚଳାଇଛି ।