ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଘୋମାଘୋଟ ଲଢେଇ ମଧ୍ୟରେ ରୁଷକ କଡା ଚେତାବନୀ ଦେଇଛି ପ୍ରାନ୍ସ । ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ବଡ଼ ଧରଣର ଅଶାନ୍ତି ଓ ଅସ୍ଥିରତା ଆଶଙ୍କା କରାଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଏହି ଆକ୍ରମଣକୁ ଅନେକ ଦେଶ ନିନ୍ଦା କରୁଛନ୍ତି । ଏହାସହ ଫ୍ରାନ୍ସ ମଧ୍ୟ ରୁଷକୁ କଡା ଚେତାବନୀ ଦେଇଛି ।
ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଛନ୍ତି, କିନ୍ତୁ ସେ ଏହା ନ ଭୁଲନ୍ତୁ ଯେ ଅନ୍ୟଦେଶ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ରହିଛି । ସୂଚନାଯୋଗ୍ୟ ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ-ୟୁକ୍ରେନ ଉପରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ୟୁକ୍ରେନ ଭିତରେ ପଶି ରୁଷ ସୈନ୍ୟମାନେ ଆକ୍ରମଣ କରିଥିଲେ ।