ୟୁକ୍ରେନ ନାଗରିକଙ୍କ ପାଇଁ ଦେଶ ଛାଡି ଯିବାରେ ପ୍ରତିବନ୍ଧକ ଲଗାଯାଇଛି

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚରମ ସୀମାରେ ପହଂଚିଛି । ରୁଷ ସେନା ଚାରି ପଟୁ ଘେରି ଆକ୍ରମଣ କରିବାରେ ଲାଗିଛି । ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶରେ ମାର୍ସାଲ ଲ’ ଲାଗୁ କରିଛି । ସେହିପରି ସେ ଅନୁରୋଧ କରିଛନ୍ତି ଯେ, କେହି ଭୟଭୀତ ନ ହେବା ସହ କୌଣସି ଦେଶ ଛାଡି ନ ଯାଅ । ଏହାମଧ୍ୟରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କୁ ଦେଶ ଛାଡି ଯିବାରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାଥାଉକି ଏହି ପ୍ରତିବନ୍ଧକ ମାର୍ସାଲ ଲ’ ଲାଗୁ ପର୍ଯ୍ୟନ୍ତ ରହିବ । ଅନପକ୍ଷରେ ଏହି ପ୍ରତିବନ୍ଧକ ଏଥିପାଇଁ ଲାଗୁ ହୋଇଛି ଯେ, ସରକାର ଚାହୁଛନ୍ତି ଦେଶ ସୁରକ୍ଷା ପାଇଁ ସବୁ ପୁରୁଷମାନେ ଆଗେଇ ଆସିବା ସହ ୟୁକ୍ରେନ ସେନାକୁ ସାହାଯ୍ୟ ଓ ସହାୟତା କର ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶବାସୀଙ୍କୁ ଅପିଲ କରିଛନ୍ତି ।