ଆଜି ନେତାଙ୍କ ଭାଗ୍ୟ ପରୀକ୍ଷା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ଭୁବନେଶ୍ୱର  : ଆରମ୍ଭ ହେଲା ଭୋଟ ଗଣତି। ଆଜି ଖୋଲିଛି ପଞ୍ଚାୟତ ଭୋଟ୍‌ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେଇଯାଇଛି ଭୋଟ୍‌ ଗଣତି । ଭୋଟ୍‌ ବାକ୍ସରେ ସିଲ୍‌ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ । ଆଜିଠୁ ୩ ଦିନ ଧରି ଚାଲିବ କାଉଣ୍ଟିଂ ପ୍ରକ୍ରିୟା । ଆଜି ୩୧୫ ଜିଲ୍ଲା ପରିଷଦ ଆସନ, ୨୭ ତାରିଖ ଦିନ ୩୦୭ ଓ ୨୮ରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗଣତି କରାଯିବ ।

ପ୍ରତି ବ୍ଲକରେ ଥିବା ଭୋଟ ଗଣନା ହଲରେ ୬ଟି ଟେବୁଲ ରହିବ । ପ୍ରଥମେ ଭୋଟ ବାକ୍ସ ଖୋଲିବା ପରେ ଏଜେଣ୍ଟଙ୍କ ଆଗରେ ସିଲ୍ ଖୋଲାଯିବ। ଏହା ପରେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି, ସମିତି ସଭ୍ୟ ପାଇଁ ନୀଳ ଏବଂ ଜିଲ୍ଲା ପରିଷଦ ପାଇଁ ଧଳା ବାଲଟ ପେପରକୁ ଅଲଗା କରି ୫୦ ଟିକିଆ ବିଡା କରାଯିବ। ପ୍ରଥମ ରାଉଣ୍ଡ ପରେ ୱାର୍ଡମେମ୍ବରଙ୍କ ଗଣତି ଓ ଫଳାଫଳ ବାହାରିବ । ଗଣନା ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରବେଶ ନେଇ ରାଜ୍ୟ ନିର୍ବାଚନ ଆୟୋଗ କଟକଣା କୋହଳ କରିଛନ୍ତି। ଗଣତି ପାଇଁ ବିଡିଓ ଓ ଗରନା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଭୋଟ ଗରନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।