ଆସାମ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ତିନି ଦିନିଆ ଗସ୍ତରେ ଆସାମ ଯିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାରଠାରୁ ଆସନ୍ତା ୨୭ ପର୍ଯ୍ୟନ୍ତ ଆସାମ ଗସ୍ତରେ ରହିବେ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୌହାଟୀର ଲାଚିଟ ବାରଫୁକାନଙ୍କ ୪୦୦ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗ ଦେବା ସହ ତେଜପୁର ବିଶ୍ୱବିଦ୍ୟାଳୟର ୧୯ ତମ ସମ୍ମିଳନୀକୁ ସମ୍ବୋଧିନ କରିବେ ।

ସେହିପରି କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଟାଇଗର ରିଜର୍ଭ ପରିଦର୍ଶନ କରି ସେଠାରେ ଥିବା ଏକ ଅଭିଲେଖାଗାର ପ୍ରଦର୍ଶନୀକୁ ଉଦଘାଟନ କରିବେ ବୋଲି ଜଣାପଡିଛି ।