ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ୨୧ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ ସହର ଛାରଖାର ହୋଇଗଲାଣି । ସେହିପରି ଉଭୟ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ଓ ଗୁଳି ବିନିମୟ ମଧ୍ୟ ଜାରି ରହିଛି । ୟୁକ୍ରେନର ଅଭିଯୋଗ ଯେ ରୁଷିଆ ନିଜର ଏକ ସିନେମା ହଲରେ ଶରଣ ନେଇଥିବା ୟୁକ୍ରେନ ନାଗରିକଙ୍କ ଉପରେ ବୋମାମାଡ କରିଛି । ରୁଷିଆର ଏହି ଏୟାର ଷ୍ଟ୍ରାଇକରେ ବହୁ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଥିଏଟରରେ ୧୦୦୦ ଲୋକ ଥିଲେ ଯେଉଁମାନେ କି ଏୟାର ଷ୍ଟ୍ରାଇକ୍ ଯୋଗୁଁ ଚାପି ହୋଇଯାଇଛନ୍ତି । ୟୁକ୍ରେନର ଅଧିକାରୀଙ୍କ ଅନୁସାରେ ରୁଷିଆର ସେନା ମାରିୟୁପୋଲ ସହର ନିକଟରେ ଥିବା ଏକ ସିନେମା ହଲ ଉପରେ ଅଚାନକ ଆକାଶମାର୍ଗରୁ ବୋମାମାଡ କରିଛି । ଯୁଦ୍ଧ ଯୋଗୁଁ ଏହି ସିନେମା ହଲରେ ପ୍ରାୟ ଏକ ହଜାର ୟୁକ୍ରେନର ନାଗରିକ ଶରଣ ନେଇଥିଲେ । ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କେତେ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।