ରୁଷ ଏୟାର ଷ୍ଟ୍ରାଇକରେ ଥରିଲା ଥିଏଟର : ୫୩ ମୃତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ୨୧ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ ସହର ଛାରଖାର ହୋଇଗଲାଣି । ସେହିପରି ଉଭୟ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ଓ ଗୁଳି ବିନିମୟ ମଧ୍ୟ ଜାରି ରହିଛି । ଚିର୍ନିହାଇବରେ ରୁଷର ଏୟାର ଷ୍ଟ୍ରାଇକ ଯୋଗୁ ୫୩ ନାଗରିକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ରୁଷୀୟ ସେନା ମାରିୟୁପୋଲରେ ଏକ ଥିଏଟର ଧ୍ୱସ୍ତ କରି ଦେଇଛନ୍ତି ଯେଉଁଠି ସହସ୍ରାଧିକ ଲୋକ ଶରଣ ନେଇଥିଲେ । କିନ୍ତୁ ଉଭୟ ପକ୍ଷ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନାର ପ୍ରୟାସକୁ ନେଇ ଆଶାବାଦୀ ଅଛନ୍ତି ।