ରାଜନୀତିରେ ଏଣ୍ଟ୍ରି ମାରିଲେ ନାସିରୁଦ୍ଦିନ ଶାହାଙ୍କ ଭାଣେଜୀ

ନୂଆଦିଲ୍ଲୀ: ରାଜନୀତି ମୈଦାନରେ ଏଣ୍ଟ୍ରି ମାରିଲେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଭାଣେଜୀ ସାଇରା ହାଲିମ । ତାଙ୍କୁ ପ୍ରାର୍ଥୀ କରିଛି କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ । ଏନେଇ ବାମ ଦଳ ଏହି ସୂଚନା ଦେଇଛି । ସେ ତ୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିଓଙ୍କୁ ଭେଟିବେ ।

ସୂଚନାଯୋଗ୍ୟ ଯେ, ବାଲିଗୁଞ୍ଜ ବିଧାନସଭା ଆସନ ପାଇଁ ନିର୍ବାଚନ ଆସନ୍ତା ଏପ୍ରିଲ ୧୨ରେ ଅନୁଷ୍ଠିତ ହେବ । ସାଇରା ଏବଂ ବାବୁଲି ସୁପ୍ରିଓ ନିର୍ବାଚନରେ ପ୍ରବେଶ କରିବା ସହିତ ବାଲିଗୁଞ୍ଜରେ ପ୍ରତିଯୋଗିତା ହାଇ ପ୍ରୋଫାଇଲରେ ପରିଣତ ହୋଇଛି ।