ନାଟୋରେ ମିଶିବନି ୟୁକ୍ରେନ

ନୂଆଦିଲ୍ଲୀ : ରୁଷ-ୟୁକେନ ମଧ୍ୟରେ ଘୋମାଘୋଟ ଲଢେଇ ୨୧ ଦିନରେ ପହଞ୍ôଚଛି । ରୁଷ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏକ ବଡ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ନାଟୋରେ ସାମିଲ ହେବ ନାହିଁ । ଏକ ରିପୋର୍ଟ ମୁତାବକ ୟୁକ୍ରେନକୁ ଏହି ତଥ୍ୟକୁ ସ୍ୱୀକାର କରିବାକୁ ପଡିବ କି ସେ ନାଟୋରେ ସାମିଲ ହେବ ନାହିଁ ବୋଲି ଜେଲେନସ୍କି କହିଛନ୍ତି । ଉଭୟ ଦେଶ ମଧ୍ୟରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଭିଡିଓ କନଫ୍‌ରେନ୍ସିଂ ଜରିଆରେ ହୋଇଥିଲା । ଅନ୍ୟପଟେ ଋଷୀୟ ସେନାର ୟୁକ୍‌ରେନର ଅନେକ ସହର ଉପରେ ଆକ୍ରମଣ ଜାରି ରହିଛି ।