ନୂଆଦିଲ୍ଲୀ : ଦେଶରେ ମଙ୍କି ପକ୍ସ ଭାଇରସ ଚିନ୍ତା ବଢ଼ାଇଛି । ମଙ୍କି ପକ୍ସ ଏପର୍ଯ୍ୟନ୍ତ ବିଶ୍ୱର ୧୭ ଦେଶରେ ପହଞ୍ôଚଛି । ଏହାର ବିପଦକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କତା ବଢ଼ାଇବାର ନିର୍ଦ୍ଦେଶ ଜାରି କରିଛ । ବିଶେଷକରି ବିଦେଶରୁ ଆସୁଥିବା ଯାତ୍ରିଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି । ଏନଆଇବିର ବରିଷ୍ଠ ବୈଜ୍ଞାନିକ ପ୍ରଜ୍ଞା ଯାଦବ କହିଛନ୍ତି ଯେ ମଙ୍କି ପକ୍ସ୍ସର କୌଣସି ବି ମାମଲା ଦେଶରେ ଆସିନାହିଁ । ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ଏୟାରପୋର୍ଟରେ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ କୁହାଯାଇଛି । ସନ୍ଦିଗ୍ଧ ରୋଗୀଙ୍କ ସାମ୍ପୁଲ ଏନୱାଇବି ପଠାଇବାକୁ କୁହାଯାଇଛି ।
ଏହି ସଂକ୍ରାମକ ରୋଗକୁ ବ୍ୟାପିବା ରୋକିବା ପାଇଁ ଲୋକଙ୍କୁ ମଧ୍ୟ ସତର୍କତା ହେବା ଦରକାର । ସେହିପରି ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସର ମାମଲା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ବିମାରୀକୁ ନେଇ ଆଲର୍ଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଜାରି କରି କହିଛି ଯେ ମଙ୍କିପକ୍ସର ସଂକ୍ରମଣକୁ ରୋକିବା ଦିଗରେ କରୋନା ଭଳି ଭ୍ୟାକସିନେସନ ପୋଗ୍ରାମର ଆବଶ୍ୟକତା ନାହିଁ ବରଂ ଏହା ଉପରେ ସୁରକ୍ଷିତ ଯୌନ ସମ୍ବନ୍ଧ ପ୍ରତିଷ୍ଠା ଏବଂ ସ୍ୱଚ୍ଛତା ପ୍ରତି ଧ୍ୟାନ ରଖିବା ଆବଶ୍ୟକ ହୋଇପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମଙ୍କିପକ୍ସର ସୁରକ୍ଷା ଲାଗି ତକ୍ରାଳ ଭ୍ୟାକସିନ ସପ୍ଲାଇ ଏବଂ ଆଣ୍ଟି ଭାଇରାଲ ଟ୍ରିଟମେଣ୍ଟର କୌଣସି ଆବଶ୍ୟକତା ନାହିଁ ।