ନୂଆଦିଲ୍ଲୀ: ବଲିଉଡର ଅଭିନେତା ଶାହରୁଖ ଖାନ ଖୁବଶୀଘ୍ର କାମକୁ ଫେରିବେ ବୋଲି ଜଣାପଡିଛି । ଡ୍ରଗ୍ସ ମାମଲାରେ ପୁଅ ଆରୟନ ଖାନ ଧରାପଡିବା ପରେ ଶାହରୁଖ ଖାନ୍ ତାଙ୍କର ଚଳଚିତ୍ର ‘ପଠାନ୍’ର ସୁଟିଂ କରୁଥିଲେ । ବର୍ତ୍ତମାନ ଖୁବଶୀଘ୍ର କାମକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ ଖାନ । ଏକ ରିପୋର୍ଟ ଅନୁଯାୟୀ ଶାହରୁଖ ଖାନ କାମକୁ ଫେରିବା ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକଙ୍କୁ ଏକ ସର୍ତ୍ତ ରଖିଛନ୍ତି ।
ଏହି ସର୍ତ୍ତ ହେଉଛି ଯେ, ତାଙ୍କ ସିନେମା ସୁଟିଂକୁ ଭାଗ ଭାଗ କରି ଦିଅନ୍ତୁ । ଯାଦ୍ୱାରା ସେ ତାଙ୍କ ଘରକୁ ଯାଇପାରିବେ । ଶାହରୁଖ ଖାନ ତାଙ୍କ ପରିବାରକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ସମସ୍ତେ ଜାଣିଛନ୍ତି । ତେବେ ଆରୟନ ଖାନଙ୍କ ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ । ତାଙ୍କୁ ମଝିରେ ମଝିରେ ଏନସିବି ସମ୍ମୁଖରେ ହାଜର ହେବାକୁ ପଡିବ । କେବଳ ଏତିକି ନୁହେଁ, ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ମଧ୍ୟ କୋର୍ଟରେ ବି ହାଜର ହେବାକୁ ପଡ଼ିବ ଏବଂ ଶାହରୁଖ ଖାନଙ୍କ ଏହି ସବୁ କ୍ଷେତ୍ରରେ ଜଡିତ ହେବା ଅତ୍ୟନ୍ତ ସ୍ୱାଭାବିକ ।