ଆଇସିସି କ୍ରିକେଟ୍‌ କମିଟିରେ ଗାଙ୍ଗଲୀଙ୍କୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌଭର ଗାଙ୍ଗୁଲୀଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌’ର (ଆଇସିସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ଆଇସିସି ଘୋଷଣା କରିଛି । ଏହି ପଦବୀରେ ପୂର୍ବରୁ ଅନୀଲ କୁମ୍ବଲେ ଥିଲେ । ଆଇସିସି କହିଛି ଯେ, ୩ ବର୍ଷିଆ ପଦବୀରେ ସର୍ବାଧିକ ୩ ଥର ପାଇଁ ରହିଥିବା ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ଆଇସିସି ମେନ୍‌ସ୍‌ କ୍ରିକେଟ୍‌ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।