ସିଡ୍ନୀ : ଅଷ୍ଟ୍ରେଳିଆର ସିଡନୀ ସମୁଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି । ସମୁଦ୍ରକୁ ପହଁରିବା ବେଳେ ଏକ ବଡ ସାର୍କ ମାଛ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସିମନ ନେଲିଷ୍ଟ ନାମକ ଜଣେ ସ୍କୁବା ଡାଇଭର ସମୁଦ୍ରରେ ପହଁରୁଥିବା ବେଳେ ଏକ ବିଶାଳକାୟ ସାର୍କ ମାଛ ଆକ୍ରମଣରେ ତାଙ୍କର ମୃତ୍ୟ ହୋଇଛି । ସେ ପିନ୍ଧିଥିବା ୱାଟରସୁଟର କିଛି ଅଂଶ ଏବଂ ତାଙ୍କ ଶରୀରର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ସିମନ ଜଣେ ସମୁଦ୍ର ସ୍କୁଭା ଡ୍ରାଇଭର । ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଏକାଠି ରହିବା ସହ ତାଙ୍କର ସପ୍ତାହ ପରେ ବିବାହ ହୋଇଥାନ୍ତା ଜଣାପଡିଛି ।