ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ପର୍ଣ୍ଣ ଫିଲ୍ମ ମାମଲାରେ ରାଜ ଗିରଫ ହୋଇ ଜେଲରେ ରହିବା ସହ ଜାମିନରେ ଫେରିଥିଲେ । ତେବେ ଉଭୟ ଶିଳ୍ପା ଓ ରାଜଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ୧.୫୧ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏହି ଅଭିଯୋଗ ପୁଣେରେ ରହୁଥିବା ନିତିନ ବାରାଇ ଜଣେ ବ୍ୟକ୍ତି ଉଭୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଉଭୟ ଏକ ଫିଟନେସ କମ୍ପାନି ମାଧ୍ୟମରେ ୨୦୧୪ରୁ ୨୦୧୫ ମସିହାରେ ତାଙ୍କଠାରୁ ୧.୫୧ କୋଟି ଟଙ୍କାର ଠକେଇ କରିଛନ୍ତି । ତାଙ୍କ ଅଭିଯୋଗ ପରେ ଶିଳ୍ପା ଓ ରାଜଙ୍କ ବିରୋଧରେ ବାନ୍ଦ୍ରା ପୁଲିସ ଆଇପିସି ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଓ ୧୨୦(ବି) ଆଧାରରେ ମାମଲା ରୁଜୁ କରିଛି । ଶିଳ୍ପା ଓ ରାଜଙ୍କୁ ଠକେଇ ନେଇ ପୁଲିସର ତଦନ୍ତ ଜାରି ରଖିଛି ।