ଓଡିଶା ବିଧାନସଭାର ଆସନ୍ତା ୧ରୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ଏଥିରେ ମୋଟ୍‌ ୨୬ଟି କାର୍ଯ୍ୟ ଦିବସ ରହିବ ସହ ୫ଟି ଛୁଟି ଦିବସ ରହିବ । ତେବେ କରୋନା କାଳରେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶୀତ ଅଧିବେଶନ ପରିଚାଳିତ ହେବ । ଏଥିପାଇଁ ବିଧାୟକଙ୍କର ପୂର୍ବଭଳି କୋଭିଡ୍‌ ଟେଷ୍ଟ କରାଯିବ । ପୂର୍ବରୁ ବିଧାନସଭା ଅଧିବେଶନ ଯେଉଁଭଳି ଭାବେ ହେଉଥିଲା, ଆଗାମୀ ଶୀତକାଳୀନ ଅଧିବେଶନ ମଧ୍ୟ ସେହିପରି ହୋଇପାରେ । ଅନ୍ୟପଟେ ଏଥର ଶୀତ ଅଧିବେଶନରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି ।