ନ୍ୟୁଜିଲ୍ୟାଣ୍ଡକୁ ଝଟକା: ୱିଲିୟମସନଙ୍କୁ କରୋନା

ୱିଲିୟମସନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ବେଳେ ବାକି ସବୁ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସି…

ଲଣ୍ଡନ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୱିଲିୟମସନ କରୋନାରେ ଆକ୍ରାନ୍ତ ହେବା ନ୍ୟୁଜିଲ୍ୟାଣ୍ଡକୁ ଶକ୍ତ ଝଟକା ସଦୃଶ ହୋଇଛି । କାରଣ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିଥିଲା । ତେଣୁ ନଟ୍ଟିଂହାମ ଟେଷ୍ଟ ବ୍ଲାକକ୍ୟାପ୍ସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଏପରି ସ୍ଥିତିରେ ୱିଲିୟମସନ ଦଳରୁ ବାଦ ପଡ଼ିବା ନ୍ୟୁଜିଲ୍ୟାଣ୍ଡର ଚିନ୍ତା ବଢ଼ାଇ ଦେଇଛି । ୱିଲିୟମସନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ବେଳେ ବାକି ସବୁ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ।

ୱିଲିୟମସନ କୋରନାରେ ଆକ୍ରାନ୍ତ ହୋଇଥିବାରୁ ସେ ୫ ଦିନ ଆଇସେଲେସନରେ ରହିବେ । ସୂଚନା ଅନୁଯାୟୀ ୱିଲିୟମସନଙ୍କ ଶରୀରରେ ସ୍ୱଳ୍ପରୁ ମଧ୍ୟମଧରଣର ଲକ୍ଷଣ ଦେଖାଯାଇଥିଲା । ଏହାପରେ ତାଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏହି ସମୟରେ ରିପୋର୍ଟ ପଜିଟିଭ ଆସିଥିଲା ।