ଉତ୍ତରପ୍ରଦେଶରେ ହିଂସା: ୨୫୫ ଗିରଫ

ଝାଡଖଣ୍ଡରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ରାଞ୍ଚିରେ କର୍ଫ୍ୟୁ ଲାଗୁ କରାଯାଇଛି…

ଲକ୍ଷେ୍ନø: ‘ଜୁମେ’ର ନମାଜ ପରେ ଉତ୍ତର ପ୍ରଦେଶ ସମେତ ୩ଟି ରାଜ୍ୟରେ ହିଂସାକାଣ୍ଡ ଦେଖାଯାଇଛି । ଏହି ହିଂସାକାଣ୍ଡରେ ପୁଲିସ ଓ ପ୍ରଶାସନ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଉତ୍ତରପ୍ରଦେଶର ୯ଟି ଜିଲ୍ଲାରେ ୧୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୫୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗରେ ୫୩ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି । ସେହିପରି ଝାଡଖଣ୍ଡରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ରାଞ୍ଚିରେ କର୍ଫ୍ୟୁ ଲାଗୁ କରାଯାଇଛି । ଉତ୍ତର ପ୍ରଦେଶର ୯ ଜିଲ୍ଲାରେ ହିଂସା ହୋଇଥିଲା ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ପ୍ରୟାଗରାଜ, ମୁରଦାବାଦ, ସହାରନପୁରରେ ନୂପୁର ଶର୍ମାଙ୍କ ବୟାନଙ୍କ ବିରୋଧରେ ପ୍ରଦର୍ଶନ ହୋଇଥିଲା । ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇବା ସହ ପଥରମାଡ ଓ ଅଗ୍ନିକାଣ୍ଡ କରିଥିଲେ । ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରିତ କରିବା ଲାଗି କିଛି ସ୍ଥାନରେ ପୁଲିସକୁ ଲାଠିଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା ।