ପୁଲୱାମାରେ ଏନକାଉଣ୍ଟର: ୩ ଆତଙ୍କୀ ସଫା

ସୁରକ୍ଷାବାହିନୀର ଯବାନମାନେ ୩ ଆତଙ୍କୀକୁ ନିପାତ କରିଛନ୍ତି…

ନୂଆଦିଲ୍ଲୀ : ଜାମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ଏକ ବଡ ସଫଳତା ମିଳିଛି । ଯବାନମାନେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଏ-ତଇବାର ସଦସ୍ୟ ଥିଲେ । କଶ୍ମୀର ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ବିଜୟ କହିଛନ୍ତି ଯେ, ପୁଲୱାମା ଜିଲ୍ଲା ଡ୍ରାବଗାମ ଅଞ୍ଚଳରେ ଆତଙ୍କାବଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ ୩ ଆତଙ୍କୀକୁ ନିପାତ କରିଛନ୍ତି । ସୂଚନାଯୋଗ୍ୟ ଯେ, କୁଲଗାମର ଖଣ୍ଡୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଯମାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ ।