ରାହୁଲଙ୍କୁ ଝଟକା: ଗୁଜୁରାଟ ଯୁବ କଂଗ୍ରେସ ଅଧ୍ୟକ୍ଷଙ୍କ ଇସ୍ତଫା
ଦଳରେ ଯେଉଁଠି ମୂଳ ବିଚାରଧାରା ନାହିଁ ଏବଂ ପ୍ରକ୍ରିୟା ନାହିଁ ସେଠାରେ ଆଉ ରହିବା ଉଚିତ ନୁହେଁ……
ଅହମ୍ମଦାବାଦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଗୁଜୁରାଟ କଂଗ୍ରେସକୁ ଝଟକା ଲାଗିଛି । ଗୁଜୁରାଟ ଯୁବ କଂଗ୍ରେସର ଅଧ୍ୟକ୍ଷ ବିଶ୍ୱନାଥ ସିଂହ ବାଘେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବାଘେଲା ବିଜେପିରେ ସାମିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବାଘେଲା ଇସ୍ତଫା ଦେବାପରେ ପାର୍ଟି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଗାନ୍ଧୀ ପରିବାର ପୂଜା ହେଉଥିଲା ।
ନେହେରୁ, ଇନ୍ଦିରାଗାନ୍ଧ, ରାଜୀବଗାନ୍ଧୀ, ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କାଙ୍କ ଫଟୋଚିତ୍ର ରହିଛି । ଏବେ ଧୀରେ ଧୀରେ ଅନୁଭବ ହେଲା ଯେ କଂଗ୍ରେସ ପାର୍ଟି ମୂଳ ବିଚାରଧାରାକୁ ଏକ ପ୍ରକାର ତଣ୍ଟି ଚିପାଯାଉଛି । ସେ ଏହା ମଧ୍ୟ ଅଭିଯୋଗ ଲଗାଇଥିଲେ ଯେ ମୋର ଗୋଷ୍ଠୀ ପକ୍ଷରୁ ଯୁବ କଂଗ୍ରେସ ନିର୍ବାଚନରେ ପାର୍ଟିକୁ ଏକ କୋଟି ୭୦ ଲକ୍ଷ ଟଙ୍କା ଦିଆଯାଇଥିଲା
ଏହି ଅର୍ଥ ବଦଳରେ କଂଗ୍ରେସ ମୋତେ ଏହି ପଦ ଦେଇଥିଲା । ସେ ତାଙ୍କ ଇସ୍ତଫାକୁ ନେଇ କହିଛନ୍ତି ଯେ ଯେବେ ମଧ୍ୟ ଯୁବକମାନଙ୍କୁ ଆବଶ୍ୟକ ହୋଇଥାଏ ସେତେବେଳେ ନେତାଙ୍କ ଉପସ୍ଥିତି ନଥାଏ । ତେଣୁ ଦଳରେ ଯେଉଁଠି ମୂଳ ବିଚାରଧାରା ନାହିଁ ଏବଂ ପ୍ରକ୍ରିୟା ନାହିଁ ସେଠାରେ ଆଉ ରହିବା ଉଚିତ ନୁହେଁ । ତେଣୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ ।