ବଜ୍ରପାତରେ ଚାଲିଗଲା ୩ ଜୀବନ

ବାରିପଦା: ବଜ୍ରାଘାତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ୩ ଜଣଙ୍କ ଜୀବନ ଯାଇଛି । ଶ୍ୟାମାଖୁଣ୍ଟା ବ୍ଲକ ବାହାଦୁରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଏବଂ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ (୪୧) ଅପରାହ୍ନରେ ଛେଳି ଚରାଇବା ପାଇଁ ପାଖ ପଡ଼ିଆକୁ ଯାଇଥିଲେ । ଏହି ସମୟରେ ବର୍ଷା ସହ ବଜ୍ରପାତ ଫଳରେ ଉଭୟ ଶିକାର ହୋଇଥିଲେ । ଏନେଇ ଜାଣିବା ପରେ ଗ୍ରାମବାସୀ ଉଭୟଙ୍କୁ ବାରିପଦା ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଶ୍ୟାମାଖୁଣ୍ଟା ରାଜସ୍ୱ ନିରୀକ୍ଷକ ମୃତକଙ୍କ ପରିବାରକୁ ଭେଟିଥିଲେ ଏବଂ ଅନୁକମ୍ପା ରାଶି ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ ।