ଆସନ୍ତାକାଲି ଅକ୍ଟୋବର ୧୯ ୨୦୨୨ରୁ ଜାତୀୟ କ୍ରେଡିଟ ଫ୍ରେମୱର୍କ ସାର୍ବଜନୀନ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶ୍ରୀ ପ୍ରଧାନ ସହମତ ହୋଇଛନ୍ତି ।
ଭାରତ ସରକାର ନଭେମ୍ବର ୧୮, ୨୦୨୧ରେ ଜାରି ଏକ ନିର୍ଦ୍ଦେଶନାମା ଅନୁଯାୟୀ ଉଭୟ ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ । ଏହି କ୍ରେଡିଟ ଫ୍ରେମୱର୍କ ଶୈକ୍ଷିକ ଓ ଧନ୍ଦାମୂଳକ କାର୍ଯ୍ୟକ୍ଷେତ୍ର/ଶିଖିବାର ଉପାଦାନଗୁଡିକୁ ଏକାଠି କରିବାକୁ ସକ୍ଷମ କରିବା ସହ ଏହି ଦୁଇଟି ମଧ୍ୟରେ ନମନୀୟତା ଓ ଗତିଶୀଳତା ସୁନିଶ୍ଚିତ କରିବ ।