ବେଙ୍ଗାଲୁରୁ: କଂଗ୍ରେସର ବାହୁବଳୀଙ୍କ ଆଶୀର୍ବାଦ ପାଇଲେ ଆହୁରି ୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ପଦରେ ରହିବାର ଆଶାପୋଷଣ କରିଛନ୍ତି କର୍ଣ୍ଣାଟକର ବରିଷ୍ଠ ରାଜନେତା ସିଦ୍ଧରାମାୟା । ବିଜେପି ବିଧାୟକଙ୍କ ଅଭଦ୍ରୋଚିତ ଆଚରଣକୁ ତୀବ୍ର ସମାଲୋଚନା କରି ସିଦ୍ଧରାମାୟା ଏଭଳି ଦମ୍ଭୋକ୍ତି କରିଛନ୍ତି ।
ବିଜେପିକୁ ଦୁର୍ବଳ କରିବାକୁ ହେଲେ କଂଗ୍ରେସ ସପକ୍ଷରେ ଲୋକଙ୍କ ମାନସିକତାରେ ପରିବର୍ତନ ଆଣିବାକୁ ପଡ଼ିବ । ତାକୁ ଦୃଷ୍ଟିରେ ରଖି ସିଦ୍ଧରାମାୟା ଦଳର ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀମାନଙ୍କୁ ଦଳର କାର୍ପଟଦାର ଭାବେ ନିଯୁକ୍ତ କରିଛନ୍ତି ।
କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ଅଶୋକ କହିଛନ୍ତି ଯେ ଆଗାମୀ ଦିନରେ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ଯାହା ତାଙ୍କୁ ଜନତାଙ୍କ ନିକଟରେ ଅପଦସ୍ତ କରିବ । ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଯେତେ ଚେଷ୍ଟା କଲେ ମଧ୍ୟ ପରିସ୍ଥିତିକୁ ମୁକାବିଲା କରିପାରିବେନି ।