ଓଡିଶାରେ ଖୋଲିବ ୩୫ଟି ପୋଷଣ କେନ୍ଦ୍ର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗୁଜୁରାଟ ମଡେଲରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏହି କେନ୍ଦ୍ର ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ରାଜ୍ୟ ସରକାର ।

ପୋଷଣ କେନ୍ଦ୍ରରେ ମିଳିବ ଚାଉଳ, ଡାଲି, ଅଟା ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀ ମାନଙ୍କୁ ସ୍ଵତନ୍ତ୍ର କାର୍ଡ ମିଳିବ । ପାଇଲଟ୍ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ରହିଛି । ଏହା ସଫଳ ହେଲେ, ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବ । ଏଥିପାଇଁ ସରକାରୀ ଅଧିକାରୀ ମାନଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆସରିଛି । ଅଧିକାରୀଙ୍କର ଏକ ସ୍ଵତନ୍ତ୍ର ଟିମ୍କୁ  ଗୁଜୁରାଟ ପଠାଇବେ ବୋଲି କହିଛନ୍ତି ମନ୍ତ୍ରୀ ।