ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସୋନୁ ସୁଦଙ୍କ ଭଉଣୀ!

ନୂଆଦିଲ୍ଲୀ : ଆଗାମୀ ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସୋନୁ ସୁଦଙ୍କ ଭଉଣୀ । ଏନେଇ ନିଜେ ସୋନୁ ଘୋଷଣା କରିଛନ୍ତି । ଭଉଣୀ ମାଲବିକା କେଉଁ ଦଳରୁ ଲଢିବେ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିକଟରେ ସୋନୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀଙ୍କୁ ଭେଟିବା ସହ ପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିଥିଲେ । କେଜ୍ରିୱାଲଙ୍କ ସହ ସାକ୍ଷାତ ପରେ ଦେଶର ରାଜନୀତି ଚର୍ଚ୍ଚାରେ ରହିଥିଲା । ସୋନୁ ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍‌ରୁ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।