ଜେଲ୍‌ରେ ହିଂସାକାଣ୍ଡ ଘଟି ୬୮ ଅନ୍ତେବାସୀଙ୍କ ମୃତ

ନୂଆଦିଲ୍ଳୀ : ଦକ୍ଷିଣ ଆମେରିକାର ଇକ୍ୟୁଏଡରର ବୃହତ୍ତମ ଲିଟୋରାଲ୍‌ ପେନାଲ୍ଟି କାରାଗାରରେ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ମଧ୍ୟରେ ହିଂସାକାଣ୍ଡ ଘଟି ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏହି ଘଟଣା ଏକ୍ୟୁଏଡରର ଗୁଆଆକିଲ୍‌ ସହରର ଲିଟୋରାଲ୍‌ ପେନାଲ୍ଟି କାରାଗାରରୁ ଆସିଛି । ଏହି ଜେଲ ଦେଶର ସବୁଠୁ ଘାତକ ଜେଲ ଯେଉଁଠାରେ ଦଙ୍ଗା ଘଟିଛି । ଏକ ମାସ ପୂର୍ବରୁ ଏହି ଜେଲରେ ହୋଇଥିବା ହିଂସାକାଣ୍ଡରେ ପ୍ରାୟ ୧୧୯ କଏଦୀ ପ୍ରାଣ ହରାଇଥିଲେ । ଏପର୍ଯ୍ୟନ୍ତ ଏହି ଜେଲ ହିଂସାକାଣ୍ଡରେ ୨୮୦ରୁ ଅଧିକ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଜେଲରେ ଜଣେ ଗ୍ୟାଙ୍ଗ ନେତା ମୁକ୍ତ ହେବା ପରେ ବିଦ୍ୟୁତ ଅଭାବ ହେତୁ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କେତେକ ବନ୍ଦୀ ଗୋଷ୍ଠୀ ଅନ୍ୟ କୋଷର ଲୋକଙ୍କ ଉପରେ ପ୍ରାଧାନ୍ୟ ଦେବାକୁ ଚାହୁଁଥିଲେ, ଯେଉଁ କାରଣରୁ ଏହି ହିଂସା ଘଟିଥିଲା ।