ଆଗାମୀ ମାସରେ ଭାରତ ଆସିବ ଏସ୍‌-୪୦୦ ମିସାଇଲ!

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମିଳିବାକୁ ଯାଉଛି ଋଷର ଭୟଙ୍କର ମିସାଇଲ୍‌ ସିଷ୍ଟମ ଏସ-୪୦୦ । ଏହା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ ସିଷ୍ଟମ୍‌ ଏସ୍‌-୪୦୦ ଟ୍ରାଇଅମ୍ଫ’ ଯୋଗାଣ ଆରମ୍ଭ କରିଛି ରୁଷ । ଏନେଇ ଫେଡେରାଲ୍‌ ସର୍ଭିସ୍‌ ଫର୍‌ ମିଲିଟାରି-ଟେକ୍ନିକାଲ୍‌ କୋଅପରେସନର ନିର୍ଦ୍ଦେଶକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତକୁ ଏସ-୪୦୦ ଏୟାର୍‌ ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଏସ-୪୦୦ ଯୋଗାଣ ନିମନ୍ତେ ୨୦୧୮ରେ ରୁଷ୍‌ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏଥିପାଇ ୫.୪ ବିଲିୟନ ଡ଼ଲାରର ଚୁକ୍ତି ହୋଇଥିଲା