ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ପରିବାର କଂଗ୍ରେସ ଦଳରେ ମିଶିଛନ୍ତି । ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେ । ଏନେଇ ମାଲବିକା ସୁଦ କଂଗ୍ରେସରେ ମିଶିବା ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସୋନୁ ସୁଦ ଆପ ଓ ଅନ୍ୟ ଦଳର ନେତାଙ୍କୁ ଭେଟିଥିଲେ ହେଁ କେଉଁ ଦଳକୁ ତାଙ୍କ ସେ ସମର୍ଥନ କରିବ ତାହା ସ୍ପଷ୍ଟ କରିନଥିଲେ ।
ଅନ୍ୟପକ୍ଷରେ ସୋନୁଙ୍କ ପରିବାରକୁ କଂଗ୍ରେସରେ ସାମିଲ କରିବା ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ମୋଗା ଗସ୍ତରେ ଆସୁଥିବା ଜଣାପଡିଛି । ଚନ୍ନୀଙ୍କ ଉପସ୍ଥିତିରେ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ କଂଗ୍ରେସରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ବୋଲି ଜଣାପଡିଛି ।