ଭାରତୀୟ ସୀମାରୁ ଧରାପଡ଼ିଲେ ୧୦ ପାକିସ୍ତାନ ନାଗରିକ

ନୂଆଦିଲ୍ଲୀ : ଭାରତୀୟ ଜଳ ସୀମା ଭିତରୁ ପାକିସ୍ତାନର ଏକ ଜାହାଜକୁ ଧରିବା ସହ ଏଥିରେ ୧୦ ଜଣ ପାକିସ୍ତାନ ନାଗରିକଙ୍କୁ ନିଜ ଅକ୍ତିଆରକୁ ଆଣିଥିଲା ତଟରକ୍ଷୀ ବାହିନୀ । ସୂଚନା ଯୋଗ୍ୟ ଯେ, ଶନିବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ପାକିସ୍ତାନର ଏକ ଜାହାଜକୁ କାବୁ କରିଥିଲେ । ଏହି ଜାହାଜରେ କ୍ରୁ ମେମ୍ବରଙ୍କ ସହ ୧୦ ଜଣ ପାକିସ୍ତାନ ନାଗରିକ ଥିଲେ ।

ସେହିପରି ସୂଚନା ମୁତାବକ ଏହି ଜାହାଜଟି ଭାରତୀୟ ଜଳ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ବୋଲି ଜଣାପଡିଛି । ଭାରତୀୟ ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ପାକିସ୍ତାନର ଏହି ଜାହାଜଟି ଭାରତୀୟ ଜଳ ସୀମାର ୬ରୁ ୭ ମାଇଲ ଦୂର ପର୍ଯ୍ୟନ୍ତ ପ୍ରବେଶ କରିସାରିଥିଲା କିନ୍ତୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଦେଖିବା ପରେ ସେଠାରୁ ଖସିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜାହାଜଟିକୁ ନିଜ ଅଧିନକୁ ନେଇଥିଲା ଇଣ୍ଡିଆନ କୋଷ୍ଟ ଗାର୍ଡ ।