ବରଫ ବର୍ଷାରେ ଫସିଲା ଶହ ଶହ ଗାଡି : ୨୧ ମୃତ

ଲାହୋର : ପାକିସ୍ତାନରେ ଭୀଷଣ ବରଫପାତ ଯୋଗୁ ଏକ ବଡ଼ ଅଘଟଣ ଘଟିଛି । ଗାଡ଼ି ମଧ୍ୟରେ ଫସିଯାଇ ୨୧ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ପାକିସ୍ତାନ ସରକାର ଜରୁରି ପରିସ୍ଥିତି ଘୋଷଣା କରିଛନ୍ତି । ମୁରି ସହର ପାକିସ୍ତାନର ପର୍ଯ୍ୟଟନସ୍ଥଳିକୁ ଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ଅନ୍ୟପକ୍ଷରେ ଏଠାରେ ତାପମାତ୍ରା ଶୂନ ତଳକୁ ଖସିବା ପରେ ଭୀଷଣ ବରଫପାତ ହୋଇଥିଲା ।

ଏହି ସମୟରେ ରାସ୍ତା ବନ୍ଦ ହୋଇଯିବାରୁ ଗାଡ଼ିଗୁଡ଼ିକ ଫସିରହିଥିଲା । ଗାଡ଼ି ମଧ୍ୟରେ ଫସିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୯ ଜଣ ଛୋଟ ପିଲା ଥିବା ଜଣାପଡ଼ିଛି । ଏବେ ବି ସେଠାରେ ଶହ ଶହ ଗାଡ଼ି ଫସିରହିଛି । ସେହିପରି ବରଫପାତ ଅଞ୍ଚଳରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପାକ ସେନାକୁ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ଭୀଷଣ ବରଫପାତ ଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ।