କୋଭିଡ ଲାଗି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ : ଆସନ୍ତା ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲଗାଯାଇଛି । କୋଭିଡ୍‌ ସଂକ୍ରମଣ ବଢି଼ବା ସହ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ କୋଭିଡ୍‌ ଚିହ୍ନଟ ହୋଇଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଭଳି କୈାଣସି ପ୍ରଭାବ ନପଡ଼ିବ ସେନେଇ ଶ୍ରୀମନ୍ଦିର ବନ୍ଦ ରଖିବାକୁ ପୂର୍ବରୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯାହା ଫଳରେ ଗତକାଲି ଶେଷ ଦର୍ଶନ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା ।

ସେହିପରି ଶ୍ରଦ୍ଧାଳୁମାନେ କେବଳ ପତିତପାବନଙ୍କୁ ଦର୍ଶନ କରିପାରିବେ । ସେହିପରି ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟୋକନ ବ୍ୟବସ୍ଥା କରାଯିବ ।