ନିର୍ବାଚନ ବଣ୍ଡ ବାବଦ ପୂର୍ଣ୍ଣ ବିବରଣୀ ଦେଇନି ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡ ଜରିଆରେ କ୍ଷମତାସୀନ ବିଜେପି ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକ କେତେ ପରିମାଣର ଟଙ୍କା ପାଇଛନ୍ତି; ସେ ସଂପର୍କରେ ବିସ୍ତାରିତ ତଥ୍ୟ ସୁପ୍ରିମକୋର୍ଟରେ ଦାଖଲ କରିନି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ମାପିଚୁପି ତଥ୍ୟ ଦେଇଥିବା କଥା ଜାଣିଲା ପରେ ସୁପ୍ରିମକୋର୍ଟ ଷ୍ଟେଟ୍‌ ବ୍ୟାଙ୍କକୁ ତୀବ୍ର ସମାଲୋଚନା କରିଛି । ଷ୍ଟେଟ୍‌ ବ୍ୟାଙ୍କ ନିର୍ବାଚନ ବଣ୍ଡ ନମ୍ବରଗୁଡ଼ିକ ସୁପ୍ରିମକୋର୍ଟକୁ ପ୍ରଦାନ କରିନି ।

ଷ୍ଟେଟ୍‌ ବ୍ୟାଙ୍କ କୌଣସି ତଥ୍ୟ ଲୁଚାଇ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ସତ୍ୟପାଠ ଦାବି କରିଛି । ତା’ ସହିତ ଷ୍ଟେଟ୍‌ ବ୍ୟାଙ୍କ ପ୍ରଦାନ କରିଥିବା ତଥ୍ୟଗୁଡ଼ିକୁ ୱେବ୍‌ସାଇଟ୍‌ରେ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନକୁ ଆଦେଶ ଦେଇଛନ୍ତି ।