ଭାରତ ମିସାଇଲ ପାକିସ୍ତାନରେ ପଡିବା ନେଇ ପାକ୍‌ ସାଂସଦଙ୍କ ବୟାନ

ନୂଆଦିଲ୍ଲୀ : ଭାରତୀୟ ମିସାଇଲ କୌଣସିମୋତେ ଭୁଲରେ ପାକିସ୍ତାନରେ ପଡିବା ଘଟଣାକୁ ହଜମ କରିପାରୁନି । ଏହି ଘଟଣାକୁ ନେଇ ଭାରତ ସମେତ ଆମେରିକା ମଧ୍ୟ ଏହା କୌରସି ଟେକନିକାଲ ଭୁଲରେ ଅଜାଣତରେ ହୋଇଥିବା କହିଛି । କିନ୍ତୁ ପାକିସ୍ତାନ ଏହାକୁ ମାନିବାକୁ ନାରାଜ । ସୂଚନାଯୋଗ୍ୟ ଯେ, ପାକିସ୍ତାନୀ ବୈଦେଶିକ ବ୍ୟାପର କମିଟିର ସ୍ଥାୟୀ ସଦସ୍ୟ ସୀରୀ ରେହମାନ ଘଟଣାରେ ଭାରତ ଦେଇଥିବା ସ୍ପଷ୍ଟୀକରଣ ଉପରେ ପ୍ରଶ୍ନ କରିଛନ୍ତି ।

ସେହି କହିଛନ୍ତି ଯେ, ଏହା ପାକିସ୍ତାନକୁ ଏକ ସନ୍ଦେଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନରେ ଭାରତର ମିସାଇଲ ପଡିବା ବିପଦର ସଙ୍କେତ । ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶର ଶତ୍ରୁତା କମିବା ଦରକାର । ସେହିପରି ସେ କହିଛନ୍ତି ଯେ, ଭାରତର ଭୁଲକୁ ଅନ୍ତର୍ଜାତୀୟ ସମୁଦାୟ ଅଣଦେଖା କରିବା ଅନୁଚିତ । ଭାରତର ଏହି ମିସାଇଲ ପାକିସ୍ତାନର ରାଜଧାନୀଠାରୁ ମାତ୍ର ୫୦୦ କିମି ଦୂରରେ ପଡିଛି ।