ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତିକୁ ନେଇ ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ଚୁଆଲ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ କହିଛନ୍ତି ଯେ, କରୋନା ଏବେ ବି ଶେଷ ହୋଇନାହିଁ । ଦେଶରେ ଗତ କିଛିଦିନରେ କରୋନା ସଂକ୍ରଣ ବଢିଥିବା ବେଳେ ଅନେକ ଦେଶ ତୁଳନାରେ ଭାରତରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ସେହିକରି କରୋନା କାଳରେ କେନ୍ଦ୍ର ଓ ରାଜ୍ୟ ଯେପରି ମିଳିତ ଭାବେ କାମ କରିଛନ୍ତି ତାହା ଆଗକୁ ବି କରିବାକୁ ପଡିବ । କିଛି ରାଜ୍ୟରେ କରୋନା ମାମଲା ବଢୁଥିବାରୁ ସତର୍କ ରହିବାକୁ ପଡିବ । ସେହିପରି ମୋଦି କହିଛନ୍ତି ଯେ, ଆମେ ତୃତୀୟ ଲହର ବେଳେ ଦୈନିକ ୩ଲକ୍ଷ ମାମଲା ଦେଖିଛୁ ।
ସେତେବେଳେ ସବୁ ରାଜ୍ୟ ସଫଳତାର ସହ ମୁକାବିଲା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବାରୁ ସଂକ୍ରମଣ ବଢିଛି । ସବୁ ପିଲାଙ୍କୁ ଟିକା ଦେବା ଆମ ପ୍ରାଥମିକତା ହୋଇଥିବାରୁ ସ୍କୁଲରେ ଭ୍ୟାକ୍ସିନେସନ ଡ୍ରାଇଭ ଚାଲିବ । ଏଥିପାଇଁ ଶିକ୍ଷକ ଓ ପରିବାରବର୍ଗଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ ।