ପାକିସ୍ତାନରେ ପଢିଲେ ଭାରତରେ ଚାକିରୀ ମନା

ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଙ୍କୁ….

ନୂଆଦିଲ୍ଲୀ: ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଙ୍କୁ ଭାରତରେ ରୋଜଗାରର ସୁଯୋଗ ମିଳିବନି । ଏନେଇ ୟୁଜିସି ଏବଂ ଏଆଇସିଟିଇ ନୋଟିଫିକେସନ ଜାରି କରି ସୂଚନା ପ୍ରଦାନ କରିଛନ୍ତି । ପାକିସ୍ତାନରେ ଶିକ୍ଷାଗତ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଉଚ୍‌ଚ ଶିକ୍ଷାରେ ଆଡମିସନ ମିଳିବନି । ଏହାସହ ସେମାନେ ଚାକିରି ପାଇବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ ନାହିଁ । ଖାସ କଥାଟି ହେଲା, ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପାକିସ୍ତାନ ନ ଯିବାକୁ ସବୁ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି । କିନ୍ତୁ ପାକିସ୍ତାନରୁ ଭାରତ ଆସିଥିବା ଶରଣାର୍ଥୀ ଓ ଭାରତ ନାଗରିକତା ପାଇଥିବା ସେମାନଙ୍କ ପିଲାଙ୍କୁ ଭାରତରେ ଚାକିରିରି ସୁଯୋଗ ମିଳିବ ।