ସୁପ୍ରିମକୋର୍ଟଙ୍କ ଫତୁଆ: ଓକିଲଙ୍କୁ ଲାଇସେନ୍ସ ବାତିଲ ଛାଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ଖଣ୍ଡପୀଠ ପ୍ରତିଷ୍ଠା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ଓକିଲ । ହାଇକୋର୍ଟ ରେଜଷ୍ଟ୍ରାରଙ୍କ ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଦୋଳନରତ ଓକିଲଙ୍କୁ କାମରେ ଯୋଗଦେବା ପାଇଁ ତାଗିଦ କରିଥିଲେ । ଓକିଲମାନେ ସୁପ୍ରିମକୋର୍ଟଙ୍କ ଆଦେଶ ଅମାନ୍ୟ କରିବାରୁ ସେମାନଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି ।
ସୁପ୍ରିମକୋର୍ଟଙ୍କ ମତରେ ସବୁ ଜିଲ୍ଲାରେ ହାଇକୋର୍ଟ ଖଣ୍ଡପୀଠ ବସାଇବା ସମ୍ଭବ ନୁହେଁ । ତେଣୁ ବିଚାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କରାଯିବା ଯଥାର୍ଥ ।
ମୋଟ ଉପରେ କହିଲେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ଖଣ୍ଡପୀଠ ପାଇଁ ଲୋକମାନେ ରାସ୍ତାକୁ ଓହ୍ଲାଇବା ଦରକାର । ଢିଙ୍କି ଯୋଉଠାକୁ ଯିବ, ଧାନ କୁଟିବ । ତେଣୁ ହାଇକୋର୍ଟଙ୍କ ଖଣ୍ଡପୀଠ ଖୋଲିଲେ, ରାଜ୍ୟର ଗରିବ ଜନତା ସର୍ବାଧିକ ଲାଭ ପାଇବେ ।

ସୁଦୂର ସୁନ୍ଦରଗଡ଼, ନୂଆପଡ଼ା ଜିଲ୍ଲାରୁ ଗୋଟିଏ ଗରିବ ଲୋକ କଟକସ୍ଥିତ ହାଇକୋର୍ଟକୁ ଯାଇ ନ୍ୟାୟ ଭିକ୍ଷା କରିବା କଷ୍ଟକର ବ୍ୟାପାର । ବିଚାର ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଆଗ୍ରହୀ ରାଜ୍ୟ ସରକାର ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବା ଦରକାର । ଓକିଲଙ୍କ ଆନ୍ଦୋଳନ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଅନୁଭବ କରିପାରିଛନ୍ତି । ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ଦାବିକୁ ରାଜ୍ୟବାସୀଙ୍କ ସେବା ପାଇଁ ସଂକଳ୍ପବଦ୍ଧ ରାଜନୈତିକ ଦଳଗୁଡ଼ିକ ଉପରେ ଛାଡ଼ି ଦେଇ ଓକିଲମାନେ ବିଚାର ପ୍ରକ୍ରିୟାରେ ଧ୍ୟାନ ଦେବା ଉଚିତ ବୋଲି ସୁପ୍ରିମକୋର୍ଟ ଏକପ୍ରକାର ଉପଦେଶ ଦେଇଛନ୍ତି ।