ଟି-୨୦: ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଛି ଭାରତ

ଭାରତର ସ୍କୋର ୧୮୧/୯ ହୋଇଥିବାବେଳେ ଇଂଲଣ୍ଡ ୧୬୬ କରି ଅଲଆଉଟ ହୋଇଯାଇଥିଲା। ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜକୁ କବଜା କରିନେଇଛି । ଭାରତ ପକ୍ଷରୁ ରଖାଯାଇଥିବା ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ହ୍ୟାରୀ ବ୍ରୁକ ୫୧ ଓ ବେନ ଡକେଟ୍ ୩୯ ରନ କରିଥିଲେ । ସେହିପରି ଫିଲିପ ସଲ୍ଟ ୨୩ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ଓ ହର୍ଷିକ ରାଣା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ୨ଟି ଓ୍ବିକେଟ ନେଇଥିଲେ ।