କରୀନାଙ୍କ ପ୍ରେଗ୍‌ନେସି କଥା

ଏହି ମୁସ୍କିଲରେ ସୁଟିଂରେ ବେହୋସ ହେବା ବି ସାମିଲ ଥିଲା….

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିଜର ପ୍ରେଗ୍‌ନେନ୍ସିର ଅଭିଜ୍ଞତାକୁ ଏକ ପୁସ୍ତକରେ ଲେଖିଛନ୍ତି । ଏହି ପୁସ୍ତକ ପ୍ରେଗ୍‌ନେନ୍ସି ମହିଳାଙ୍କର ସାହାଯ୍ୟ ପାଇଁ ଲେଖାଯାଇଛି । ନିଜର ଉକ୍ତ ବହିରେ କରୀନା କପୁର ପ୍ରେଗ୍‌ନେନ୍ସିର ଏକ୍ସପେରିୟନ୍ସ ବିଷୟରେ ଦର୍ଶାଇଛନ୍ତି । କରୀନା ନିଜର ଏହି ପୁସ୍ତକରେ କହିଛନ୍ତି କେମିତି ସେ ନିଜର ପ୍ରେଗ୍‌ନେନ୍ସିରେ ଗ୍ଲାମରିୟସ ହେବାକୁ ଚେଷ୍ଟା କରିଥିଲେ । ହେଲେ ସେ ଏହି ସମୟରେ ଅନେକ ମୁସ୍କିଲର ସାମନା ବି କରିବାକୁ ପଡ଼ିଛି । ଏହି ମୁସ୍କିଲରେ ସୁଟିଂରେ ବେହୋସ ହେବା ବି ସାମିଲ ଥିଲା । କରୀନା ଲେଖିଛନ୍ତି କି ଲୋକଙ୍କୁ ଲାଗୁଛି କି ସେଲେବ୍ରିଟିଙ୍କର ପ୍ରେଗ୍‌ନେନ୍ସି ବହୁତ ଗ୍ଲାମରସ୍‌ ହୋଇଥାଏ । କିନ୍ତୁ ଏହା ଏତେ ଗ୍ଲାମରସ ଅନୁଭବ ହୋଇ ନଥାଏ ।

କିଏ ନିଜର ପ୍ରେଗ୍‌ନେନ୍ସିରେ ଗ୍ଲାମରସ ଲାଗିପାରେ ମୁଁ ବହୁତ ଓଜନ ବଢ଼ାଇ ନେଇଥିଲି । ପ୍ରେଗ୍‌ନେସି ସ୍ପଟ ହେବାରେ ଲାଗିଥିଲା ଏବଂ ମୁଁ ସନ୍ଧ୍ୟାରେ ଶୋଇବାକୁ ପ୍ରସ୍ତୁତ ହୋଇ ଯାଉଥିଲି । ଆପଣଙ୍କୁ ବି ଏମିତି ଲାଗୁ ଥିଲା କି ଅଭିନେତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, ଏହି ବହିରେ ମୁଁ ନିରପେକ୍ଷ ଭାବେ ସବୁ ଜିନିଷ ବିଷୟରେ କହିଛି । ଯାହା ମୁଁ ଅନୁଭବ କରିଛି । ମୋର ଖାଇବା ଠାରୁ ନେଇ ଫଟୋ ସୁଟ କରିବା ବେଳେ କ୍ଲାନ୍ତ ହୋଇ ବେହୋସ ହେବା ପର୍ଯ୍ୟନ୍ତ । ମୋର ଆଶା ଯେ ଏହାକୁ ପଢ଼ି ଆପଣ ହସିବେ ଏବଂ ଆପଣଙ୍କୁ ଆଶ୍ୱସ୍ତ ବି ଲାଗିବ ।