ଖୁବଶୀଘ୍ର ମହାରାଷ୍ଟ୍ର କ୍ୟାବିନେଟ ଗଠନ ହେବ

ଏହି ସମୟରେ ବିଜେପିରୁ ୬ ଏବଂ ସିନ୍ଧେ ଗୋଷ୍ଠୀରୁ ପ୍ରାୟ ୬ଜଣ ବିଧାୟକ ମନ୍ତ୍ରୀପଦର ଶପଥ ନେଇପାରନ୍ତି….

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଧେ ଓ ଦେବେନ୍ଦ୍ର ଫଡନାଭିସ ସରକାରଙ୍କ କ୍ୟାବିନେଟ ଗଠନ ଜୁଲାଇ ୨୦ ତାରିଖରେ ହେବ । ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୨ଜଣ ସଦସ୍ୟଙ୍କୁ ମନ୍ତ୍ରୀମଣ୍ଡଳ ପାଇଁ ଶପଥପାଠ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଏବେ ପର୍ଯ୍ୟନ୍ତ କ୍ୟାବିନେଟ ଗଠନ ହୋଇପାରି ନଥିବାରୁ ମୁଖ୍ୟମନ୍ତ୍ରୀ ସିନ୍ଧେ ଏବଂ ଫଡନାଭିସ ବିରୋଧୀ ଦଳର ଟାର୍ଗେଟରେ ରହିଥିଲେ । ଦୁଇଟି ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳର ବିସ୍ତାର କରାଯିବ । ଏହି ସମୟରେ ବିଜେପିରୁ ୬ ଏବଂ ସିନ୍ଧେ ଗୋଷ୍ଠୀରୁ ପ୍ରାୟ ୬ଜଣ ବିଧାୟକ ମନ୍ତ୍ରୀପଦର ଶପଥ ନେଇପାରନ୍ତି । ଏକନାଥ ସିନ୍ଧେଙ୍କୁ ୪୦ ଶିବସେନା ଏବଂ ୧୦ ନିଦ୍ଦଳୀୟ ବିଧାୟକଙ୍କ ସମେତ ୫୦ ବିଧାୟକଙ୍କର ସମର୍ଥନ ମିଳିଛି । ସିନ୍ଧେ ଗୋଷ୍ଠୀଙ୍କୁ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀ ମିଶାଇ ମୋଟ ୧୩ଟି ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି ।