ଯୁବଚାଷୀଙ୍କ ମୃତ୍ୟୁ ପରେ ତାତିଲା ଚାଷୀ ସଂଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ଚାଷୀ ସଂଗଠନ ଆଲୋଚନା କରିବାକୁ ରାଜି ନାହିଁ । ବୁଧବାର ଦିନ ଖନୌରୀ ସୀମାନ୍ତରେ ପୁଲିସ ଓ ଚାଷୀଙ୍କ ଭିତରେ ଧସ୍ତାଧସ୍ତି ଚାଲିଥିବା ଭିତରେ ଯୁବଚାଷୀ ଶୁଭକରନ ଗୁରୁତର ଆହତ ହୋଇଥିଲେ ।

ତାଙ୍କ ବେକର ପଛଭାଗରେ ଶକ୍ତ ଆଘାତ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଂଚାଇ ପାରି ନଥିଲେ ।

୨୨ ବର୍ଷୀୟ ଶୁଭକରନଙ୍କ ବଳିଦାନକୁ ପାଣିରେ ପଡ଼ିବାକୁ ଦିଆଯିବନି ବୋଲି ଚାଷୀନେତାମାନେ କହିଛନ୍ତି ।
ଉତ୍ୟକ୍ତ ଚାଷୀମାନେ ଶୁଭକରନଙ୍କ ବ୍ୟବଚ୍ଛେଦକୁ ପ୍ରବଳ ବିରୋଧ କରିଥିଲେ ।

ଭାରତୀ କିଷାନ ୟୁନିୟନ ଓ କିଷାନ ମଜଦୁର ସଂଘର୍ଷ କମିଟି ମିଳିତ ଭାବେ ଶୁଭକରନଙ୍କ ମୃତ୍ୟୁକୁ ସହିଦ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଶୁଭକରନଙ୍କ ଆକସ୍ମିକ ବିୟୋଗକୁ ସମର୍ଥନ କରି ରାଜ୍ୟର ପ୍ରତି ଘର, ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଆଗରେ କଳାପତାକା ଉଡ଼ାଇବାକୁ ଚାଷୀ ସଂଗଠନ ଆହ୍ୱାନ କରିଛି ।