ମହାକୁମ୍ଭ ମେଳା ର ୪୫ ଦିନରେ ଡଙ୍ଗା ଚାଳକଙ୍କ ୩୦ କୋଟି ଟଙ୍କା ରୋଜଗାର ପାଇଁ ୧୨.୮ କୋଟି ଟଙ୍କାର ଟିକସ ନୋଟିସ୍

ପ୍ରୟାଗରାଜର ଜଣେ ଡଙ୍ଗା ଚାଳକ, ଯିଏ ସାରା ଜୀବନ ଡଙ୍ଗା ଚାଳନ କରି ଦିନକୁ ମାତ୍ର ୫୦୦  ରୋଜଗାର କରୁଥିଲେ ।  ସେ ହଠାତ୍ ମହାକୁମ୍ଭ ମେଳା ସମୟରେ ୩୦ କୋଟି ରୋଜଗାର କରୁଥିବାର ଦେଖିଲେ ।

ତୀର୍ଥଯାତ୍ରୀଙ୍କ ବିଶାଳ ଭିଡ଼ ଏକ ଅପ୍ରତ୍ୟାଶିତ ଚାହିଦା ସୃଷ୍ଟି କରିଥିଲା । ଏବଂ ଡଙ୍ଗା ଚାଳକ ପ୍ରତି ଯାତ୍ରା ପାଇଁ ତାଙ୍କ ଡଙ୍ଗା ଭଡ଼ା ୧୦୦ ରୁ ୧,୦୦୦ ବୃଦ୍ଧି କରିଥିଲେ। କିଛି ମାସ ମଧ୍ୟରେ, ତାଙ୍କର ମୋଟ ରୋଜଗାର ୩୦ କୋଟିରେ ପହଞ୍ଚିଗଲା ।  ଯାହା ସେ ତାଙ୍କ ଜୀବନରେ କେବେ କଳ୍ପନା କରିନଥିଲେ। କିନ୍ତୁ ତା’ପରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା !

ପ୍ରୟାଗରାଜର ତ୍ରିବେଣୀ କୂଳରେ ଥିବା ଆରାଇଲ ଗ୍ରାମର ଡଙ୍ଗା ଚାଳକ ପିନ୍ଟୁ ମାହରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦାବି ପରେ ସେ ଖବରର ଶିରୋନାମାରେ ସ୍ଥାନ ପାଇଥିଲେ । ଯେ  ମହାକୁମ୍ଭ ମେଳାର ୪୫ ଦିନରେ ଡଙ୍ଗା ଚାଳକଙ୍କ ପରିବାର ୩୦ କୋଟି ଟଙ୍କା ରୋଜଗାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଅନୁଯାୟୀ, ଡଙ୍ଗା ଚାଳକ ଏବଂ ତାଙ୍କ ପରିବାର ପାଖରେ ୧୩୦ଟି ଡଙ୍ଗା ଥିଲା । ଏବଂ ପ୍ରତ୍ୟେକ ଡଙ୍ଗା ଜାନୁଆରୀ ୨୩ ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ହାରାହାରି ୨୩ ଲକ୍ଷ ଟଙ୍କା ଲାଭ କରିଥିଲା । ଏହା ପରେ ସୋସିଆଲ ମିଡିଆ ଚର୍ଚ୍ଚାରେ ଥିଲା ଯେ ଡଙ୍ଗା ଚାଳକଙ୍କୁ ଆୟକର ବିଭାଗ ପକ୍ଷରୁ ଟିକସ ନୋଟିସ ମିଳିଛି । ଯେଉଁଥିରେ ସେ ୧୯୬୧ ଆୟକର ଆଇନର ଧାରା ୪ ଏବଂ ୬୮ ଅନୁଯାୟୀ ୧୨.୮ କୋଟି ଟଙ୍କା ଟିକସ ଦାବି କରିଛନ୍ତି ।

04:49 PM