କରାଚୀ ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ହମ୍‌ଲା

ଆତଙ୍କୀମାନେ ଗ୍ରେନେଡ୍‌ ପକାଇ ମୁଖ୍ୟାଳୟର କିଛି ଭାଗକୁ କ୍ଷତିଗ୍ରସ୍ତ କରିଥିବା କୁହାଯାଉଛି…

ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ପୁଲିସ ମୁଖ୍ୟାଳୟରେ ଚାଲିଛି ଆତଙ୍କୀ-ପୁଲିସ ମଧ୍ୟରେ ଘମାଘୋଟ ଲଢେ଼ଇ । ୮-୧୦ ଜଣ ଆତଙ୍କୀ ଆଖିବୁଜା ଗୁଳି ଚଳାଉଥିବା ଅବସ୍ଥାରେ ପୁଲିସ ମୁଖ୍ୟାଳୟ ଭିତରକୁ ପଶିଗଲେ । ମୁଖ୍ୟାଳୟ ଭିତରେ ମହଜୁଦ ସୁରକ୍ଷାକର୍ମୀମାନେ ପାଲଟା ଜବାବ ଦେଉଛନ୍ତି । ଆତଙ୍କୀ ଗୋଠ ନିକଟରେ ଶକ୍ତିଶାଳୀ ମେସିନ୍‌ ଗନ୍‌ ଓ ପ୍ରଚୁର ପରିମାଣର ବିସ୍ଫୋରକ ରହିଥିବାର ଅନୁମାନ କରାଯାଉଛି ।

karachi blast news
karachi blast news

ସଦ୍ୟତମ ଖବର ଅନୁସାରେ ପୁଲିସ ମୁଖ୍ୟାଳୟକୁ ଚାରିପଟୁ ଘେରି ରହିଛନ୍ତି ବିପୁଳ ସଂଖ୍ୟକ ଅର୍ଦ୍ଧସାମରିକ ଓ ପୁଲିସ ବାହିନୀ । ମୁଖ୍ୟାଳୟ ପରିସର ଭିତରେ ରହି ଆତଙ୍କୀମାନେ ପୁଲିସ ସହିତ ଲଢ଼ୁଛନ୍ତି । ଆତଙ୍କୀମାନେ ଗ୍ରେନେଡ୍‌ ପକାଇ ମୁଖ୍ୟାଳୟର କିଛି ଭାଗକୁ କ୍ଷତିଗ୍ରସ୍ତ କରିଥିବା କୁହାଯାଉଛି ।